ଦେଶରେ ୧୧ ହଜାର ୨୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୮୫ ମୃତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମଣ ୩ କୋଟି ୪୪ ଲକ୍ଷ ୩୭ ହଜାର ୩୦୭କୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୧ ହଜାର ୩୭୬ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୩୮ ଲକ୍ଷ ୩୭ ହଜାର ୮୫୯ ଜଣ ସୁସ୍ଥ ହେଲେଣି। ଏବେ କରୋନା ଜନିତ ଆରୋଗ୍ୟ ହାର ୯୮.୨୬ ପ୍ରତିଶତ ରହିଛି। ତେବେ ସକ୍ରିୟ ଚିକିତ୍ସାଧିନଙ୍କ ମଧ୍ୟରୁ ୨୮୫ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୩ ହଜାର ୫୩୦କୁ ବୃଦ୍ଧି ପାଇଛି। ଏବେ ୧ ଲକ୍ଷ ୩୫ ହଜାର ୯୧୮ ଜଣ ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Comments are closed.