ଦିନକରେ ଦେଶରେ ୧୨ ହଜାର ୮୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୬୧ ମୃତ

ଦେଶରେ ଦିନକରେ ୧୨ ହଜାର ୮୮୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୨୧ ହଜାର ୨୫କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୪୬୨ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୬୫୨ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୫୪ ଜଣ ସୁସ୍ଥ ହୋଇଛନ୍ତି ଯାହା ଫଳରେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୧୨ ହଜାର ୭୯୪ରେ ପହଂଚିଛି। ଏବେ ସାରା ଦେଶରେ ୧ ଲକ୍ଷ ୪୮ ହଜାର ୫୭୯ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

ଏବେ ଦେଶରେ କରୋନା ଆରୋଗ୍ୟ ହାର ୯୮.୨୩%, ମୃତ୍ୟୁ ହାର ୧.୩୪% ଓ ସକ୍ରିୟ ଆକ୍ରାନ୍ତ ହାର ୦.୪୩% ରହିଛି।

Comments are closed.