ଦେଶରେ ଚିହ୍ନଟ ହେଲେ ୩୯,୭୯୬ ନୂଆ ଆକ୍ରାନ୍ତ; ଦିନକରେ ସୁସ୍ଥ ହେଲେ ୪୨,୩୫୩

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୯୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକରେ ୪୨,୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ସଂପ୍ରତି ସକ୍ରିୟ ସଂକ୍ରମିତ ସଂଖ୍ୟା ୧.୫୮% ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୨,୯୭,୦୦,୪୩୦ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

ଦେଶରେ କ୍ରମାଗତ ୫୩ ଦିନ ପାଇଁ ଦୈନିକ ସୁସ୍ଥ ହାର ସଂକ୍ରମଣ ତୁଳନାରେ ଅଧିକ ରହୁଛି । ସୁସ୍ଥ ହାର ୯୭.୧୧% ରହିଥିବା ଜଣାଯାଇଛି । ସେହିଭଳି ଦୈନିକ ସଂକ୍ରମଣ ହାର ୨୮ ଦିନ ଧରି ହାରାହାରି ୨.୬୧% ରହିଛି, ଯାହା ନିୟନ୍ତ୍ରଣ ସ୍ତର ୫% ତଳେ ରହୁଛି । ଦେଶରେ କୋଭିଡ ନମୁନା ପରୀକ୍ଷଣ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧.୯୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏଥିସହିତ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ମୁଖ୍ୟ ପଦକ୍ଷେପ ସ୍ୱରୂପ ମୋଟ ୩୫.୨୮ କୋଟି ପାନ ଟିକା ଦିଆଯାଇସାରିଛି ।

Comments are closed.