ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୮୫ ହଜାର ୯୧୪ ନୂଆ କୋଭିଡ ସଂକ୍ରମିତ

ଦେଶରେ ଆଜି ୨ ଲକ୍ଷ ୮୫ ହଜାର ୯୧୪ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୮୫ ହଜାର ୧୧୬କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୨ ଲକ୍ଷ ୯୯ ହଜାର ୭୩ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୩ କୋଟି ୭୩ ଲକ୍ଷ ୭୦ ହଜାର ୯୭୧ରେ ପହଂଚିଛି ଓ ଆରୋଗ୍ୟ ହାର ୯୩.୨୩% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୬୫ ଜଣଙ୍କ ଏହି ଭୁତାଣୁର ସଂକ୍ରମିତ ହୋଇ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁ ୪ ଲକ୍ଷ ୯୧ ହଜାର ୧୨୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଏବେ ସାରା ଦେଶରେ ୨୨ ଲକ୍ଷ ୨୩ ହଜାର ୧୮ ଜଣ ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Comments are closed.