୨୪ ଘଂଟାରେ ଦେଶରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ, ୩୨୨ ମୃତ

ଦେଶରେ ଦୈନିକ କରୋନା ସଂକ୍ରମଣ ୬୦ ହଜାର ଅତିକ୍ରମ କରିଛି। ଗତକାଲି ଗୋଟିଏ ଦିନରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪ରେ ପହଂଚିଛି। ସେହି ସମୟ ମଧ୍ୟରେ ୨୮ ହଜାର ୭୩୯ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୩ ଲକ୍ଷ ୨୩ ହଜାର ୭୬୨କୁ ବୃଦ୍ଧି ପାଇଛି। ଏଥି ସହିତ ଆରୋଗ୍ୟ ହାର ୯୪.୫୯ %କୁ ହ୍ରାସ ପାଇଛି। ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୩୫% ରହିଛି। ଗତ ୨୪ ଘଂଟାରେ ୩୨୨ ସଙ୍କ୍ରମିତଙ୍କ ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ୪ ଲକ୍ଷ ୮୬ ହଜାର ୩୧୦ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଇତି ମଧ୍ୟରେ ଦେଶରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୨୪ କୋଟି ୯ ଲକ୍ଷ ୫୦ ହଜାର ୮୪୨ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୧ ଲକ୍ଷ ୮୧ ହଜାର ୨୮୯ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.