ଦେଶରେ କରୋନା ଆରୋଗ୍ୟ ହାର ୯୬.୫୮%କୁ ବୃଦ୍ଧି, ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୭୧୭୦

ଦେଶରେ ଗତକାଲି ଠାରୁ କରୋନା ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୭ ହଜାର ୧୭୦ ଜଣ ସୁସ୍ଥ ହେବା ପରେ କରୋନା ଜନିତ ଆରୋଗ୍ୟ ହାର ୯୬.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଆଜିସୁଦ୍ଧା ମୋଟ ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଜଣ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ସେହି ସମୟ ମଧ୍ୟରେ ୧୮୧ ଜଣ କରୋନା ସଙ୍କ୍ରମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪କୁ ବୃଦ୍ଧି ପାଇଛି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୪୪ ପ୍ରତିଶତ ରହିଛି।

ତେବେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୨୨୦୭ ହ୍ରାସ ପାଇଛି। ଫଳରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୮୨୬ ରହିଛି। ସେହି ସମୟ ମଧ୍ୟରେ ନୂଆ ୧୫ ହଜାର ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମଣ ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫କୁ ବୃଦ୍ଧି ପାଇଛି।

Comments are closed.