୨୪ ଘଣ୍ଟାରେ ଦେଶରେ ୭୭ ହଜାର ୨୬୬ କରୋନା ଆକ୍ରାନ୍ତ, ୧୦୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୭ ହଜାର ୨୬୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୦ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୫୭ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ  ସଂଖ୍ୟା ୬୧ ହଜାର୫୨୯ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୭ଲକ୍ଷ ୪୨ ହଜାର ୦୨୩ ଜଣ ସକ୍ରିୟ ରୋଗୀ ଥିବାବେଳେ ୨୫ ଲକ୍ଷ ୮୩ ହଜାର ୯୪୮ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments
Loading...