କରୋନା : ଦେଶରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ବିଶ୍ଵ ତାଲିକାରରେ ଇଟାଲିକୁ ପଛର ପକାଇ ଷଷ୍ଠ ସ୍ଥାନରେ ଭାରତ

ଗତ ୨୪ ଘଣ୍ଟାରେ ୨୯୪ ମୃତ, ୯୮୮୭ ନୂଆ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନା ଲକ୍ ଡାଉନ ଶେଷ କରାଯାଇ ଅନଲକ୍-୧ ଲାଗୁ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ବିଗତ ଏକ ସପ୍ତାହ ମଧ୍ୟରେ  ୬୧ ହଜାରରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଭାରତ ବିଶ୍ଵ କରୋନା ତାଲିକାରେ ଇଟାଲିକୁ ଫଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି । ବିଶ୍ଵ ତାଲିକାରେ ସପ୍ତମ ସ୍ଥାନରେ ଥିବା ଇଟାଲିରେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୫୩୧ ଜଣ ସଂକ୍ରମିତ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଥିବା ଭାରତରେ ୨ ଲକ୍ଷ ୩୬ ହଜାର ୬୫୭ ଜଣ ସଂକ୍ରମିତ ରହିଛନ୍ତି ।

ଭାରତରେ ବିଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ପ୍ରତିଦିନ ୮ ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ଭାରତରେ ୯ ହଜାର ୮୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କ ପ୍ରାଣହାନୀ ହୋଇଛି । ଭାରତରେ ଯେଉଁଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ତାକୁ ରୋକ ଲଗାଇବା ଜରୁରି ହୋଇ ପଡିଛି । ନହେଲେ ଭାରତ ବିଶ୍ଵ ତାଲିକାରେ ଥିବା ଆମେରିକାକୁ ମଧ୍ୟ ଫଛରେ ପକାଇ ଦେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭାରତରେ ୨ଲକ୍ଷ ୩୬ ହଜାର ୬୫୭ ଜଣ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୭୩ ଜଣ ସୁସ୍ଥ ହୋଇଥିବା ବେଳେ ୬ ହଜାର ୬୬୪ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୧୫ ହଜାର ୯୪୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.