ବିଶ୍ୱର ଅନ୍ୟ ଦେଶର ଦୈନିକ ସଂକ୍ରମଣ ରେକର୍ଡ ଟପିଲା ଭାରତ, ଆଜି ୪ ଲକ୍ଷ ୧ ହଜାର ୯୯୩ ନୂଆ ସଂକ୍ରମିତ ଚିହ୍ନଟ

ବିଶ୍ୱର ଅନ୍ୟ ଦେଶର ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଅତିକ୍ରମ କରିଛି ଭାରତ। ଗତ ୨୪ ଘଂଟାରେ ଦେଶରେ ୪ ଲକ୍ଷ ୧ ହଜାର ୯୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ, ଆଜି ୩ ହଜାର ୫୨୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ୨ ଲକ୍ଷ ୧୧ ହଜାର ୮୫୩ରେ ପହଂଚିଛି।

ଅନ୍ୟପକ୍ଷରେ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୯୯ ହଜାର ୯୮୮ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଏହି ଭୁତାଣୁ ସଂକ୍ରମଣରେ ପୀଡିତ ହୋଇ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଆରୋଗ୍ୟ ହାର ୮୧.୮୪%କୁ ବୃଦ୍ଧି ପାଇଛି। ଏବେ ଦେଶରେ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୯୮ ହଜାର ୪୮୨ ବୃଦ୍ଧି ଘଟିବା ଫଳରେ ମୋଟ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୩୨ ଲକ୍ଷ ୬୮ ହଜାର ୭୧୦କୁ ବୃଦ୍ଧି ପାଇଛି।

Comments
Loading...