ଦେଶରେ ୨୪ ଘଣ୍ଟାରେ ୧୪ ହଜାର ୨୬୪ ଜଣ ନୂଆ ଆକ୍ରାନ୍ତ

0

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୯ ଲକ୍ଷ ୯୧ ହଜାର ୬୫୨ରେ ପହଂଚିଛି। ସେହିପରି ୧୧ ହଜାର ୬୬୭ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୬ ଲକ୍ଷ ୮୯ ହଜାର ୭୨୫କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ହାର ପୂର୍ବାପେକ୍ଷା ହ୍ରାସ ପାଇଁ ୯୭.୨୭% ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୨୫୦୭ ବୃଦ୍ଧି ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୩୪ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୯୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୩୦୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ କାଲି ଗୋଟିଏ ଦିନରେ ୬ ଲକ୍ଷ ୭୦ ହଜାର ୫୦ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ୨୧ କୋଟି ୯ ଲକ୍ଷ ୩୧ ହଜାର ୫୩୦ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ସୂଚନା ଦେଇଛି।

Leave A Reply