ଦେଶରେ ଦିନକରେ ୩୬,୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୧ମୃତ

ନୂଆଦିଲ୍ଲୀ : କିଛି ଦିନ କରୋନା ସଂକ୍ରମିତଙ୍କ ଦେଶରେ କମ୍‌ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ସେହି ପରିମାଣରେ କିଛଟା ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୪କୁ ବୃଦ୍ଧି ପାଇଛି ।


ଅନ୍ୟପଟେ ଦେଶରେ ୪ ଲକ୍ଷ ୨୮ ହଜାର ୬୪୪ ଜଣ ଚିକିତ୍ସିତ ହେଉଥିବା ବେଳେ ୮୯ ଲକ୍ଷ ୩୨ ହଜାର ୬୪୭ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments
Loading...