୫୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ଦେଶରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଅତିକ୍ରମ କରିଛି। ଗତକାଲି ଗୋଟିଏ ଦିନରେ ୫୩ ହଜାର ୪୭୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ରେ ପହଂଚିଛି। ସେହି ସମୟ ମଧ୍ୟରେ ୨୬ ହଜାର ୪୯୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦କୁ ବୃଦ୍ଧି ପାଇଛି। ଏଥି ସହିତ ଆରୋଗ୍ୟ ହାର ୯୫.୪୯ %ରେ ରହିଛି। ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୩୭% ରହିଛି। ଗତ ୨୪ ଘଂଟାରେ ୨୫୧ ସଙ୍କ୍ରମିତଙ୍କ ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୬୯୨କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ୩ ଲକ୍ଷ ୯୫ ହଜାର ୧୯୨ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଇତି ମଧ୍ୟରେ ଦେଶରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୨୩ କୋଟି ୭୫ ଲକ୍ଷ ୩ ହଜାର ୮୮୨ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୦ ଲକ୍ଷ ୬୫ ହଜାର ୨୧ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.