ଦେଶର କରୋନାରୁ ସୁସ୍ଥ ହେଲେଣି ୪୯ ଲକ୍ଷରୁ ଅଧିକ, ଆରୋଗ୍ୟ ହାର ୮୨.୪୬%

ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪୯ ଲକ୍ଷ ଅତିକ୍ରମ କରିଥିବାରୁ ଭାରତର କରୋନା ଆରୋଗ୍ୟ ହାର ୮୨.୪୬ ପ୍ରତିଶତରେ ପହଞ୍ଚିଛି। ନୂଆ ୮୮ ହଜାର ୬ ସହ ସଂକ୍ରମଣ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ମୋଟ କରୋନା ଭାଇରସ୍ ମାମଲା ୫୯ ଲକ୍ଷ ୯୨ ହଜାର ୫୩୨କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଂଟାରେ ୧ ହଜାର ୨୧୨ ଜଣଙ୍କ ମୃତ୍ୟୁ ସହ ଏହି ସଂଖ୍ୟା ୯୪ ହଜାର ୫୦୩କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣ ମାମଲାରେ ମୃତ୍ୟୁ ହାର ୧.୫୮ ପ୍ରତିଶତ ରେକର୍ଡ କରାଯାଇଛି।

ମୋଟ ଆରୋଗ୍ୟ ସଂଖ୍ୟା ୪୯ ଲକ୍ଷ ୪୧ ହଜାର ୬୨୭କୁ ବୃଦ୍ଧି ପାଇଛି ଏବଂ ଦେଶରେ କରୋନା ଭାଇରସ ସଂକ୍ରମଣରେ ଏବେ ୯ ଲକ୍ଷ ୫୬ ହଜାର ୪୦୧ଟି ସକ୍ରିୟ ମାମଲା ରହିଛି ଯାହା ସମୁଦାୟ ସଂକ୍ରମଣର ୧୫.୯୬ ପ୍ରତିଶତ ଅଟେ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଗତକାଲି ପର୍ଯ୍ୟନ୍ତ ସମୁଦାୟ ୭ କୋଟି ୧୨ ଲକ୍ଷ ୫୭ ହଜାର ୮୩୬ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଂଟାରେ ୯ ଲକ୍ଷ ୮୭ ହଜାର ୮୬୨ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.