ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ୍‌; ୧୧ଶହ ଟପିଲା ଦୈନିକ ସଂକ୍ରମଣ  

ନୂଆଦିଲ୍ଳୀ: ଦେଶରେ ପୁଣି ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନେ ସଂକ୍ରମଣ କମୁଛି ତ ପୁଣି ଦିନେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେବ ୯ଶହରୁ ଏକ ହଜାର ମଧ୍ୟରେ ସଂକ୍ରମଣ ରହୁଥିବା ବେଳେ ଆଜି ଦୈନିକ ସଂକ୍ରମଣ ୧୧ଶହ ଉପରେ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୧ଶହ ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୫ଶହ ୫୮ ରହିଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ବିଭାଗର ପୁଣି ଚିନ୍ତା ବଢ଼ିଛି । ଅନ୍ୟ ଦେଶ ମାନଙ୍କରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଚୀନରେ କରୋନା ପୁଣି ତାର କାୟା ବିସ୍ତାର କରୁଥିବା ବେଳେ ଲକ୍‌ଡାଉନ୍‌ କଟକଣା ମଧ୍ୟ ଲାଗୁ କରାଯାଇଛି ।

Comments are closed.