ଦେଶରେ ଆଉ ୮୬୧ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ଏକ ହଜାର ତଳେ କରୋନା ମାମଲା ଚିହ୍ନଟ ହୋଇଛି ।  ଗତ ୨୪ ଘଣ୍ଟାରେ ଦେଶରେ ୮୬୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୯୨୯ ଆକ୍ରାନ୍ତ । ଅନ୍ୟପଟେ ଗୋଟିଏ ଦିନରେ ଆଉ ୬ଜଣ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୧ ହଜାର ୬୯୧ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତ ୧୧ହଜାର ୫୮ ଜଣ ରହିଛନ୍ତି । କରୋନାକୁ ମାତ୍‌ ଦେବାକୁ ଏବେବି ଟିକାକରଣ କରାଯାଉଛି ।

Comments are closed.