ଦେଶରେ ଆଉ ୧୧,୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ ୧୫ ହଜାର ତଳେ ରହିଛି ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ଆଉ ୧୧,୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୨୩,୫୯୮ କରୋନା ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ କରୋନାରୁ ମୋଟ୍ ସୁସ୍ଥ ହେଲେଣି ୪,୨୨,୭୦,୪୮୨ ଆକ୍ରାନ୍ତ । ସେହିପରି ଗତ ୨୪ ଘଣ୍ଟାରେ ଆଉ ୨୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୧୩,୪୮୧ ରେ ପହଞ୍ଚିଛି । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତ ୧,୨୧,୮୮୧ ରହିଛି । ଦୈନିକ ପଜିଟିଭିଟି ହାର ୧.୦୧ଧ କୁ ଖସିଛି । ସଂକ୍ରମଣକୁ ମାତ୍ ଦେବାକୁ ଦେଶରେ ଟିକାକରଣ କରାଯାଉଛି ।

Comments are closed.