ଦେଶରେ ଆଉ ୨,୮୬,୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୩ ଦିନ ହେବ ଦେଶରେ କରୋନା ଦୈନିକ ସଂକ୍ରମଣ ମାମଲା ୩ଲକ୍ଷ ତଳେ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୮୬,୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନାରେ ୫୭୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ୩,୦୬,୩୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଦେଶରେ ସକ୍ରିୟ ମାମଲା ୨୨,୦୨,୪୭୨ ରହିଛି । ଦୈନିକ ପଜିଟିଭିଟି ହାର ରହିଛି ୧୯.୫୯ଧ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଟିକାକରଣକୁ ଜୋରଦାର କରାଯାଇଛି । ଦେଶରେ ଏଯାଏ ୧,୬୩,୮୪,୩୯,୨୦୭ ଲୋକଙ୍କ ଟିକାକରଣ ହୋଇସାରିଛି ।

Comments are closed.