ଦେଶରେ ୩ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଅଜି ଦେଶରେ ୩ଲକ୍ଷ ତଳକୁ କରୋନା ସଂକ୍ରମଣ ଖସିଛି । ଗତକାଲି ତୁଳନାରେ ୫୦ହଜାର ୧୯୦ ମାମଲା କମ୍‍ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୨,୫୫,୮୭୪ ନୂଆ କରୋନା ଆକ୍ରାନ୍ତ । ସେହିପରି ଗୋଟିଏ ଦିନରେ କରୋନା ନେଇଛି ୬୧୪ଜଣଙ୍କ ଜୀବନ । ଦେଶରେ ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜିର ପଜିଟିଭିଟି ତୁଲନାରେ ୧୦ ହଜାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୨,୬୭,୭୫୩ ଆକ୍ରାନ୍ତ । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‍ ସକ୍ରିୟ ମାମଲା ରହିଛି ୨୨,୩୬,୮୪୨ । ଦୈନିକ ପଜିଟିଭିଟି ହାର ୧୫.୫୨% ରହିଛି ।

Comments are closed.