ଦେଶରେ କମୁଛି କରୋନା ସଂକ୍ରମଣ, ତଥାପି ୩ଲକ୍ଷ ଉପରେ ଦୈନିକ ପଜିଟିଭ୍‍

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ୨୭ହଜାର ୪୬୯ ମାମଲା କମ୍‍ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ଲକ୍ଷ ୬ହଜାର ୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୪୩୯ଜଣଙ୍କ ଜୀବନନେଇଛି ମହାମାରୀ କରୋନା ଭୂତାଣୁ । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୨,୪୩,୪୯୫ ଆକ୍ରାନ୍ତ । ଦେଶରେ କରୋନା ସକ୍ରିୟ ମାମଲା ୨୨,୪୯,୩୩୫ ରହିଥିବା ବେଳେ, ଦେଶରେ ଦୈନିକ ସଂକ୍ରମଣ ହାର ୨୦.୭୫% ରହିଛି । ଅନ୍ୟପଟେ ଦେଶରେ ଓମିକ୍ରନ ତାର କାୟା ମେଲାଇ ଚାଲିଛି । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଯାଏ ଦେଶରେ ୧୦ ହଜାର ଉପରେ ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି ।

Comments are closed.