ଦେଶରେ ଆଉ ୩ଲକ୍ଷ ୩୭ହଜାର ୭୦୪ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ବି ୩ଲକ୍ଷ ଉପରେ କରୋନା ଦୈନିକ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ଲକ୍ଷ ୩୭ହଜାର ୭୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୯ହଜାର ୫୫୦ ମାମଲା କମିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୨,୪୨,୬୭୬ ଆକ୍ରାନ୍ତ । ଗୋଟିଏ ଦିନରେ ୪୮୮ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଦେଶରେ ବର୍ତ୍ତମାନ କରୋନା ମୋଟ୍‍ ସକ୍ରିୟ ମାମଲା ରହିଛି ୨୧,୧୩,୩୬୫ । ଅନ୍ୟପଟେ ଦେଶରେ ୧୦ ହଜାର ଟପିଲା ଓମିକ୍ରନ୍‍ ମାମଲା । ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୦କୁ ବୃଦ୍ଧି ପାଇଛି । ଗତକାଲିଠାରୁ ଦେଶରେ ବଢି଼ଛନ୍ତି ୩. ୬୯% ଓମିକ୍ରନ ଆକ୍ରାନ୍ତ । ସେହିପରି ଦେଶରେ କରୋନା ଦୈନିକ ସଂକ୍ରମଣ ହାର ୧୭.୨୨% ରହିଛି ।

Comments are closed.