ଦେଶରେ ୧ଲକ୍ଷ ୪୧ ହଜାର ୯୮୬ କରୋନା ପଜିଟିଭ୍‍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଲଗାତର ବଢ଼ୁଛି ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୪୧ ହଜାର ୯୮୬ ଦୈନିକ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦୈନିକ ସଂକ୍ରମଣ ହାର ୯.୨୮%କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୨୮୫ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪ଲକ୍ଷ ୭୨ହଜାର ୧୬୯ । ଗତ ୨୪ ଘଣ୍ଟାରେ ଆଉ ୪୦ ହଜାର ୮୯୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏଯାଏ ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୪୪ଲକ୍ଷ ୧୨ହଜାର ୭୪୦ଜଣ । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ ହଜାର ୧୭୮କୁ ବୃଦ୍ଧି ପାଇଛି । ଦେଶରେ ଏଯାଏ ୧୫୦କୋଟି ୦୬ଲକ୍ଷ ଲୋକଙ୍କ ଟିକାକରଣ ସରିଛି ।

Comments are closed.