୫୮ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୮ହଜାର ୯୭ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ୫୩୪ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ହଜାର ୫୫୧କୁ ବୃଦ୍ଧି ପାଇଛି । କରୋନା କବଳରୁ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୫ ହଜାର ୩୮୯ ଆକ୍ରାନ୍ତ । ଦେଶରେ ମୋଟ୍‍ କରୋନାରୁ ଏଯାଏ ୩କୋଟି ୪୩ଲକ୍ଷ ୨୧ହଜାର ୮୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାକୁ ମାତ୍‍ ଦେବାକୁ ଟିକାକରଣକୁ ମଧ୍ୟ ଜୋରଦାର କରାଯାଉଛି । ଦେଶରେ ଏଯାଏ ମୋଟ୍‍ ୧୪୭ କୋଟି ୭୨ଲକ୍ଷ ଲୋକଙ୍କ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୪ ହଜାର ୪ ରହିଛି ।

Comments are closed.