ଦେଶରେ ୨୭ ହଜାର ୫୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଡରାଉଛି ଓମିକ୍ରନ ଭୂତାଣୁ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୨୭ ହଜାର ୫୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୮ ଲକ୍ଷ ୮୯ ହଜାର ୧୩୨କୁ ବୃଦ୍ଧି ପାରଛି । ସେହିପରି ଦେଶରେ କରୋନାରୁ ଗତ ୩୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ ହଜାର ୨୪୯ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୮୪ ହଜାର ୫୬୧କୁ ବୃଦ୍ଧି ପାଇଛି । ହେଲେ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଆରୋଗ୍ୟ ହାର ହ୍ରାସ ପାଇଛି । ଆରୋଗ୍ୟ ହାର ୯୮.୨୭%କୁ ହ୍ରାସ ହୋଇଛି । ଗତ ୨୪ ଘଂଟାରେ ଦେଶରେ କରୋନା ମହାମାରୀ ୨୮୪ ଜୀବନ ନେଇଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୭୭୦ରେ ପହଞ୍ଚିଛି ।

ବର୍ତ୍ତମାନ ଦେଶରେ ୧ ଲକ୍ଷ ୨୨ ହଜାର ୮୦୧ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଧୀରେଧୀରେ ଦେଶରେ କାୟା ମେଲାଇଲାଣି ଓମିକ୍ରନ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ଦେଶର ୨୩ଟି ରାଜ୍ୟରେ ୧୫ଶହ ୨୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୫୬୦ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସୁବୁଠୁ ବଡ଼ କଥା ହେଉଛି ଦେଶର ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ତାମିଲନାଡ଼ୁ ଓ କେରଳରେ ବହୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ରରୁ ୪୬୦, ଦିଲ୍ଲୀରୁ ୩୫୧, ଗୁଜୁରାଟରୁ, ୧୩୬ ତାମିଲନାଡ଼ୁରୁ ,୧୧୭ ଓ କେରଳରୁ ୧୦୯ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.