ଦେଶରେ ଆଉ ୬ହଜାର ୯୮୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬ହଜାର ୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ୧୬୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଗୋଟିଏ ଦିନରେ ୭ହଜାର ୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ରହିଛି ୭୬ହଜାର ୭୬୬ । ସେହିପରି ଦେଶରେ ମୋଟ୍ ୩କୋଟି ୪୨ ଲକ୍ଷ ୩୦ହଜାର ୩୫୪ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୪ଲକ୍ଷ ୭୯ହଜାର ୬୮୨ରେ ପହଞ୍ଚିଛି ।

ଅନ୍ୟପଟେ ଦେଶର ୧୭ ରାଜ୍ୟରେ କାୟା ବିସ୍ତାର କଲାଣି ଓମିକ୍ରନ ଭୂତାଣୁ । ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨କୁ ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଟିକାକରଣକୁ ଗୁରୁତ୍ୱଦେଉଛନ୍ତି । ବିଭିନ୍ନ ରାଜ୍ୟରେ ଟିକାକରଣ କରାଯାଉଥିବା ବେଳେ, କେନ୍ଦ୍ର ସରକାର ଟିକାକରଣ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଏଯାଏ ମୋଟ୍ ୧୪୧ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ସରିଲାଣି ।

Comments are closed.