ଦେଶରେ ଆଉ ୭ହଜାର ୮୧ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୭ହଜାର ୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୪୦,୨୭୫ରେ ପହଞ୍ଚିଛି । କରୋନାରେ ଆଉ୨୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ଆଉ ୭ହଜାର ୪୬୯ଜଣ ଆକ୍ରାନ୍ତ ।ସେହିପରି ଦେଶରେ ମୋଟ୍‍ ମୃତ୍ୟୁସଂଖ୍ୟା ୪,୭୭,୪୨୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍‍ ସୁସ୍ଥ ହୋଇଛନ୍ତି ୩,୪୧,୭୮୯,୪୯୦ଜଣ କରୋନା ଆକ୍ରାନ୍ତ । ଏହାଛଡ଼ା, ଏବେ ମୋଟ୍‍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୩,୯୧୩ ରହିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ୍‍ ୧,୩୭,୪୬,୧୩,୨୫୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ତାହା ସହ ଟେଷ୍ଟିିଂକୁ ମଧ୍ୟ ଦେଶରେ ଗୁରୁତ୍ୱ ଦିଆଯାଉଛି ।

Comments are closed.