ଦେଶରେ ୨୪ ଘଣ୍ଟାରେ ୧୬ ହଜାର ୭୩୮ ଜଣ ନୂଆ ଆକ୍ରାନ୍ତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୭୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ରେ ପହଂଚିଛି। ସେହିପରି ୧୧ ହଜାର ୭୯୯ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୭ ଲକ୍ଷ ୩୮ ହଜାର ୫୦୧କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ହାର ୯୭.୨୧% ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୪୮୦୧ ବୃଦ୍ଧି ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୦୮ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୩୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୭୦୫କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ କାଲି ଗୋଟିଏ ଦିନରେ ୭ ଲକ୍ଷ ୯୩ ହଜାର ୩୮୩ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ୨୧ କୋଟି ୩୮ ଲକ୍ଷ ୨୯ ହଜାର ୬୫୮ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.