ଦେଶରେ ଆଉ ୧୩,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ; ୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କରୋନା ସଂକ୍ରମଣ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୩ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଦେଶରେ ୧୬ରୁ ୧୭ ହଜାର ଉପରେ କରୋନା ମାମଲା ଅସୁଥିବା ବେଳେ ଆଜି ସାମାନ୍ୟ ସଂକ୍ରମଣରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ସେହିପରି କରୋନା ଯୋଗୁ ଗୋଟିଏ ଦିନରେ ଆଉ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୨୫ହଜାର ୨୨୩ରେ ପହଞ୍ଚିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଆଉ ୧୨ହଜାର ୪୫୬ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ ମୋଟ୍‌ ୪,୨୮,୭୯,୪୭୭ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ୧ଲକ୍ଷ ୧୩ହଜାର ୮୬୪ ରହିଛି । ଦେଶରେ ଦୈନିକ ପଜିଟିଭିଟି ହାର ୨.୯୦ ପ୍ରତିଶତ ରହିଛି ।

Comments are closed.