ଦେଶରେ ଆଉ ୨,୮୨୮ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତକାଲି ତୁଳନାରେ ଆଜି ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ହଜାର ୮୨୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୮୭ ରହିଛି । ସେହିପରି କରୋନାରୁ ଗୋଟିଏ ଦିନରେ ୨ହଜାର ୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ତୁଳନାରେ ଦେଶରେ ଦୈନିକ ପଜିଟିଭିଟି ହାର ୦.୬୦% ରହିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୬,୧୧,୩୭୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ଆଉ ୧୪ଜଣଙ୍କ ଜୀବନ ଯାଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ୍‌ ୫,୨୪,୫୮୬ଜଣଙ୍କ ମୃତ୍ୟୁ ହୋଇଛି । କରୋନାକୁ ମାତ୍‌ ଦେବାକୁ ଏବେ ବି ଦେଶରେ ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୯୩.୧୩ କୋଟିରୁ ଊର୍ଦ୍ଧ୍ଵ କରୋନା ଟିକା ଲୋକଙ୍କୁ ଦିଆସରିଲାଣି ।

 

 

Comments are closed.