ଦେଶରେ ଆଉ ୨,୬୮୫ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨ହଜାର ୬୮୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୩୦୮ ରହିଛି । ସେହିପରି କରୋନାରୁ ଗୋଟିଏ ଦିନରେ ୨ହଜାର ୧୫୮ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।ସଂକ୍ରମଣ ତୁଳନାରେ ଦେଶରେ ଦୈନିକ ପଜିଟିଭିଟି ହାର ୦.୬୦% ରହିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୬,୦୯,୩୩୫ଜଣ ସୁସ୍ଥ ହୋଇଛନ୍ତି । କରୋନାକୁ ମାତ୍‌ ଦେବାକୁ ଏବେ ବି ଦେଶରେ ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୧୯୩.୧୩ କୋଟି କରୋନା ଟିକା ଲୋକଙ୍କୁ ଦିଆସରିଲାଣି ।

Comments are closed.