ମ୍ୟାଲେରିଆର ଦୂରୀକରଣରେ ଭାରତର ଅଭୂତପୂର୍ବ ସଫଳତା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ୱାଶିଂଟନ : ମ୍ୟାଲେରିଆର ଦୂରୀକରଣରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ-୨୦୨୦ ଅନୁସାରେ ଭାରତରେ ୨୦୧୯ରେ ୨୦୧୮ ତୁଳନାରେ ମ୍ୟାଲେରିଆରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୧୭.୬ ଭାଗ କମ୍‍ ଥିବା ଜଣାପଡ଼ିଛି । ସେହିଭଳି ୨୦୧୮ରେ ମଧ୍ୟ ୨୦୧୭ ତୁଳନାରେ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭.୬ % କମ୍‍ ଥିଲା ।

ଭାରତରେ ଅଞ୍ଚଳ ଭିତ୍ତିରେ ମଧ୍ୟ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଏହା ୨୦ ନିୟୁତରୁ ୬ ନିୟୁତକୁ ଖସିଆସିଛି । ୨୦୧୯ରୁ ୨୦୨୦ ଭିତରେ ଭାତରେ ମ୍ୟାଲେରିଆ ଆକ୍ରାନ୍ତମାନଙ୍କ ପ୍ରତିଶତ ଶତକଡ଼ା ୭୧ ଦଶମିକ ୮ ଭାଗ ହ୍ରାସ ପାଇଥିବାବେଳେ ମୃତ୍ୟୁହାର ଶତକଡ଼ା ୭୩ ଦଶମିକ ୯ ଭାଗ ହ୍ରାସ ପାଇଛି । ସେହିଭଳି ୨୦୧୯ରୁ ୨୦୨୦ ମଧ୍ୟରେ ମ୍ୟାଲେରିଆରେ ମୃତ୍ୟୁବରଣ କରିଥିବା ଲୋକଙ୍କ ହାର ଶତକଡ଼ା ୯୨ ଭାଗ ରହିଛି ।
ଭାରତରେ ମ୍ୟାଲେରିଆ ମୃତ୍ୟୁହାର ୮୩.୩୪ ଭାଗ ହ୍ରାସ ପାଇଛି ।  ୨୦୧୫ରେ ଦେଶରୁ ମ୍ୟାଲେରିଆ ନିରାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ଓ ୨୦୧୬ରେ ଜାତୀୟ ମ୍ୟାଲେରିଆ ଦୂରୀକରଣ ଢାଞ୍ଚା ପ୍ରସ୍ତୁତ ହେବା ପରେ ଏହା ଆହୁରି ଅଧିକ ତ୍ୱରାନ୍ୱିତ ହୋଇଥିଲା।  ୨୦୧୭ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମ୍ୟାଲେରିଆ ଦୂରୀକରଣ ସଂକ୍ରାନ୍ତ ଜାତୀୟ ଯୋଜନା ପରବର୍ତ୍ତୀ ୫ ବର୍ଷପାଇଁ ପ୍ରସ୍ତୁତ କରାଯାଇଥିଲା ।

Comments are closed.