ପେଶାୱାରରେ ଶିଖ୍‍ ଯୁବକଙ୍କ ହତ୍ୟାକୁ ଭାରତର ଦୃଢ଼ ନିନ୍ଦା

ନୂଆଦିଲ୍ଲୀ : ପାକିସ୍ତାନର ପେଶାୱାରରେ ସଂଖ୍ୟାଲଘୁ ଶିଖ୍‍ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣାର ଭାରତ ଦୃଢ଼ ନିନ୍ଦା କରିଛି । ପବିତ୍ର ଗୁରୁଦ୍ୱାରା ନାନକାନା ସାହିବ ଉପରେ ଆକ୍ରମଣ, ଶିଖ୍‍ ସମ୍ପ୍ରଦାୟର କନ୍ୟାକୁ ବଳପୂର୍ବକ ଅପହରଣ ଏବଂ ଧର୍ମ ପରିବର୍ତ୍ତନ କରି ବିବାହ ଆଦି ଘଟଣା ପରେ ଏହି ଘଟଣା ଘଟିଛି । ଏହି ଅମାନୁଷିକ କାର୍ଯ୍ୟ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ
ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତ କହିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ସରକାର ଅନ୍ୟ ଦେଶକୁ ଧର୍ମ ଉପରେ ଉପଦେଶ ଦେବା
ପରିବର୍ତ୍ତେ ନିଜ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ପଦକ୍ଷେପ ଗ୍ରହଣ କରିବା ଉଚିତ୍‍ ।

Comments are closed.