ଦେଶରେ କୋଇଲା ଉତ୍ପାଦନ ୧୨% ବୃଦ୍ଧି

ଡେସ୍କ: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶରେ କୋଇଲା ଉତ୍ପାଦନ ୧୨% ବୃଦ୍ଧି ପାଇଛି। ଏବେ ଏହା ୫୮ ନିୟୁତ ଟନରେ ପହଞ୍ଚିଛି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର ଶ୍ରେଷ୍ଠ ୩୭ଟି କୋଇଲା ଖଣି ମଧ୍ୟରୁ ୨୫ଟି କୋଇଲା ଖଣିରୁ ୧୦୦ % କୋଇଲା ଉତ୍ତୋଳନ କରାଯାଇଛି। କୋଇଲା ପରିବହନ ମଧ୍ୟ ଗତ ବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ମାସରେ ୧.୫% ବୃଦ୍ଧି ପାଇଛି, ଯାହା ୬୧ ନିୟୁତ ଟନ୍‍ରୁ ଅଧିକ।

ସୂଚନା ଅନୁଯାୟୀ କୋଇଲା ଭିତ୍ତିକ ବିଦ୍ୟୁତ୍‍ ଉତ୍ପାଦନ ସେପ୍ଟେମ୍ବର ମାସରେ ୧୩.୪୦% ବୃଦ୍ଧି ପାଇଛି ଏବଂ ମୋଟ୍‍ ବିଦ୍ୟୁତ୍‍ ଉତ୍ପାଦନ ଗତ ବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ମାସରେ ଶତକଡ଼ା ୧୩ ଭାଗ ଅଧିକ ଉତ୍ପାଦନ ହୋଇଛି।

Comments are closed.