ଭାରତ-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ : ଭାରତ ୨-୦ ସିରିଜ୍ ବିଜୟୀ

ବରୋଦା :  ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‍ ଦଳ ବିରୁଦ୍ଧରେ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ଶୁକ୍ରବାର ଅନୁଷ୍ଠିତ  ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି । ଏହା ସହିତ ତିନିମ୍ୟାଚ୍‍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୦ରେ ଅଗ୍ରଣୀ ଲାଭ କରିଛି।

ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍‍ ଦଳ ମଧ୍ୟରେ ଆଜି ଅନୁଷ୍ଠିତ ୨ୟ ଦିନିକିଆରେ ଭାରତୀୟ ମହିଳା କ୍ରିକେଟ୍‍ ଦଳ ୪୮ ଓଭର୍‍ ଖେଳି ୫ୱିକେଟ୍‍ ବିନିମୟରେ ୨୪୮ରନ୍‍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଭାରତ ପାଇଁ ଅଧିନାୟିକା
ମିତାଲି ରାଜ ସର୍ବାଧିକ ୬୬ରନ୍‍ ସଂଗ୍ରହ କରିଥିବା ବେଳେ ପୁନମ ରାଉତ ୬୫ରନ୍‍ ସଂଗ୍ରହ କରିଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକା ମହିଳା ଦଳ ୬ ୱିକେଟ୍‍ ବିନିମୟରେ ୨୪୭ରନ୍‍ ସଂଗ୍ରହ କରିଥିଲା।

ସିରିଜର ତୃତୀୟ ମ୍ୟାଚ୍‍ ସୋମବାର ଦିନ ମଧ୍ୟ ବରୋଦୋରେ ଖେଳାଯିବ।

Comments are closed.