ଭାରତ ଓ ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି

ନୂଆଦିଲ୍ଲୀ :  ଭାରତ ଓ ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କର୍ପସ୍‍ କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି ଚୀନର ମୋଲଦୋଠାରେ ଅନୁଷ୍ଠିତ ହେବ। ଆଲୋଚନାରେ ସୈନ୍ୟ ଅପସାରଣ ବିଷୟ ମୁଖ୍ୟ ପ୍ରସଙ୍ଗ ରହିବାର ଅନୁମାନ କରାଯାଉଛି। ପ୍ୟାଙ୍ଗଙ୍ଗ୍‍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ହୋଇସାରିଛି। ଏହି ଆଲୋଚନାରେ ଅନ୍ୟ ସ୍ଥାନରୁ ସୈନ୍ୟ ଅପସାରଣ ବିଷୟରେ ଆଲୋଚନା କରାଯିବ। କୂଟନୈତିକ ଓ ସାମରିକ ସ୍ତରରେ ବ୍ୟାପକ ଆଲୋଚନା ପରେ ଭାରତ ଓ ଚୀନ ସେନାବାହିନୀ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସହମତିରେ ଉପନୀତ ହୋଇଥିଲେ।

Comments are closed.