ସୀମାରେ ପୁଣି ମୁହାଁମୁହିଁ : ଭାରତୀୟ ସେନାର ଦୃଢ ଜବାବ, ପଛକୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ : ସୀମାରେ ପୁଣି ମୁହାଁମୁହିଁ। ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ଉଦ୍ୟମ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଭାରତୀୟ ସେନାର ଦୃଢ ଜବାବ ଯୋଗୁଁ ଚୀନ ସେନା ପଛକୁ ହଟି ଯାଇଛି। ଏଥିରେ  ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେଳ, ଭାରତର ୪ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଭାରତ ସୀମାକୁ ଚୀନର କିଛି ଯବାନ ଅନୁପ୍ରବେଶ ବେଳେ, ଭାରତୀୟ ଯବାନ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯବାନଙ୍କ ମଧ୍ୟରେ ହୋଇଥିବା ହାତାହାତି ବେଳେ ଚୀନର ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପରେ ଭାରତୀୟ ସେନା, ଚୀନ ସେନାକୁ ସିକିମ ନାକୁଲା ସୀମାରୁ ହଟାଇ ଦେଇଛି ।
ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ ବାରମ୍ବାର କୋର କମାଣ୍ଡରସ୍ତରୀୟ ଆଲୋଚନା ହେଉଥିବାବେଳେ  ସିକିମରେ ଉଭୟ ପକ୍ଷ ସେନା ମୁହାଁମୁହିଁ ହୋଇଛନ୍ତି। ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଏବେ ପୁଣି ଚୀନ ସେନା ସିକିମରେ ଅନୁପ୍ରେବଶ କରିବାକୁ ଉଦ୍ୟମ କରିଛି।

Comments are closed.