ଦ୍ରୁତଗତିରେ ଭାରତ ସହ  ସମ୍ପର୍କରେ ସୁଧାର ହେଉଛି: ଚୀନ୍‌

0

ନୂଆଦିଲ୍ଲୀ ..-  ଭାରତ ସହ ସମ୍ପର୍କରେ  ଦ୍ରୁତଗତିରେ ସୁଧାର ହେଉଛି ବୋଲି ଚୀନ ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ବାରମ୍ବାର ଉଚ୍ଚସ୍ତରୀୟ କଥାବାର୍ତ୍ତା ହେଉଛି । ଭାରତର ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଓ ଚୀନ୍‌ର ରାଷ୍ଟ୍ରପତି ଜି ଜିନପିଙ୍ଗ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଅନେକ ଥର ଆଲୋଚନା ହୋଇଛି ବୋଲି ଚୀନର ବିଦେଶମନ୍ତ୍ରାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି ।

ଚୀନ୍‌ ଭାରତ ସହ  ଉତ୍ତମ ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ୟମ କରୁଛି ।  ବିଶ୍ୱରେ ଶାନ୍ତି ସ୍ଥାପନ ଓ ଉନ୍ନତି ପାଇଁ ଭାରତ ସହ ମିଳିତ ଭାବେ କାମ କରିବା ପାଇଁ ଚୀନ୍‌ ଇଚ୍ଛା ପ୍ରକାଶ କରିଛି । ଭାରତର ଗୃହମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ବିଶ୍ୱରେ ଅସନ୍ତୁଳିତ ପରିବେଶ ଦେଖାଦେଇଥିବା ବେଳେ ଚୀନ୍‌ ଓ ଭାରତଙ୍କ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତି ଆସିଥିବା କଥା ପ୍ରକାଶ କରିଥିଲେ । ଏହାର ପ୍ରତିକ୍ରିୟାରେ ଚୀନର ବିଦେଶମନ୍ତ୍ରାଳୟର ମୁଖପାତ୍ର ଲୁ କାଙ୍ଗ ଏହି ସୂଚନା ଦେଇଛନ୍ତି ।

ଦୁଇଦେଶ ଏବେ ଆଲୋଚନା ମାଧ୍ୟମରେ ନିଜ ନିଜ ଭିତରେ ଥିବା ମତ ପାର୍ଥ୍ୟକ ଓ ସୀମା ବିବାଦ ଶେଷ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହି ଦୁଇ ଦେଶ ଦୁଇଦେଶର ମୁଖ୍ୟ ପଡୋଶୀ , ଦୁଇ ଦେଶର ସମ୍ପର୍କ ଦୁଇ ଦେଶର ଲୋକମାନଙ୍କର ଉନ୍ନତି  ପାଇଁ ଆବଶ୍ୟକ ବୋଲି  ଚୀନର ବିଦେଶମନ୍ତ୍ରାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି ।

Leave A Reply