ଲଦାଖରେ ଅଢ଼େଇ କିଲୋମିଟର ପଛକୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ : ଗତ ମେ ମାସଠାରୁ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଦେଖାଯାଇଛି। ସାମରିକ ଓ କୂଟନୈତିକ ସ୍ତରରେ ବିଭିନ୍ନ ଆଲୋଚନା ପରେ ଶେଷରେ ଉଭୟ ଚୀନ ଓ ଭାରତ ସେନା ପଛକୁ ଫେରିବା ଆରମ୍ଭ କରିଛନ୍ତି। ଚୀନ ସେନା ବିବାଦୀୟ ଗାଲଓ୍ଵାନ ଅଂଚଳ ଓ ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ପ୍ରାୟ ଅଢେଇ କିଲୋମିଟର ପଛକୁ ଫେରିଯାଇଛି। ଏହା ସହିତ ଭାରତୀୟ ସେନା ମଧ୍ୟ କିଛି ବାଟ ପଛକୁ ଫେରିଥିବା ସୂଚନା ମିଳିଛି।

Comments are closed.