ଭାରତ ଚମ୍ପିଆନ ; ଆପଣମାନେ ଖୁସି ତ?

ଭୁବନେଶ୍ୱର : ପ୍ରିୟ ଭାଇ ଓ ଭଉଣିମାନେ ଆପଣମାନେ ଖୁସି ତ । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଏହି ପଦିଏ କଥା ତୁଣ୍ଡରୁ ଉଚାରଣ ପରେ କଳିଙ୍ଗ ଷ୍ଟାଡ଼ିୟମ ଉଛୁଳି ଉଠିଥିଲା । ଶନିବାର ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲ୍‍ସର ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରାରମ୍ଭରୁ ଭାରତୀୟ ଦଳର ସଫଳତା ନେଇ ଶୁଭେଚ୍ଛା ଜଣାଇଥିଲେ। ପରେ ପରେ ଉପସ୍ଥିତ ଦର୍ଶକଙ୍କୁ ଭାରତ ବିଜୟରେ ଆପଣମାନେ ଖୁସି ତ ? କହି ସମ୍ବୋଦ୍ଧିତ କରିଥିଲେ।

ପୁରସ୍କାର ତାଲିକା

ହରମନପ୍ରୀତ ସିଂହ: ମ୍ୟାନ ଅଫ ଦି ଫାଇନାଲ
ଶ୍ରେଷ୍ଠ ଗୋଲ ସେଲିବ୍ରେସନ (ମେକ୍ସିକୋ)
ଫେୟାରପ୍ଲେ ପୁରସ୍କାର: ଭାରତ
ବିବେକ ପ୍ରସାଦ: ଶ୍ରେଷ୍ଠ ଯୁବ ଖେଳାଳି
ଆକାଶଦୀପ୍‍ ସିଂହ: ଶ୍ରେଷ୍ଠ ଦର୍ଶକ ପସନ୍ଦ ଖେଳାଳି
ଜୋନାଥନ କାଲାଗାସ: ଶ୍ରେଷ୍ଠ ଗୋଲକିପର
ମନପ୍ରୀତ ସିଂହ: ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି

Comments
Loading...