ଭାରତ ନିଜ ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭର କରିପାରିବନି: ରାଜନାଥ

ବେଙ୍ଗାଲୁରୁ: ଭାରତ ନିଜର ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)ର ଦ୍ବିତୀୟ ଏଲସିଏ(ହାଲ୍‌କା ଯୁଦ୍ଧ ବିମାନ)- ତେଜସ ନିର୍ମାଣ କାରଖାନା ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି। ଭାରତ ଆତ୍ମନିର୍ଭର ଅଭିଯାନ ଅଧୀନରେ ନିଜର ପ୍ରତିରକ୍ଷା ଉତ୍ପାଦନ କ୍ଷମତାଗୁଡ଼ିକୁ ବୃଦ୍ଧି କରିବା ଦିଗରେ ତତ୍ପର ବୋଲି ସେ କହିଥିଲେ।

ରାଜନାଥ ଏହି ଅବସରରେ କହିଥିଲେ ଯେ, ଏଲସିଏ ତେଜନ କେବଳ ସ୍ବଦେଶୀ ନୁହେଁ, ବରଂ ଅନେକ ଗୁଣରେ ବିଦେଶୀ ପ୍ରତିପକ୍ଷଙ୍କଠାରୁ ଭଲ ଏବଂ ଅପେକ୍ଷାକୃତ ଶସ୍ତା। ଅନେକ ଦେଶ ତେଜସ ଯୁଦ୍ଧ ବିମାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିବ।

ହାଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନର୍ଦେଶକ ଆର. ମାଧବନ ନିକଟରେ କହିଥିଲେ ଯେ, ୨୦୨୪ ମାର୍ଚ୍ଚରୁ ଭାରତୀୟ ବାୟୁସେନାକୁ ତେଜସ ଏଲସିଏ ଯୋଗାଣ କରାଯିବ। ମୋଟ ୮୩ଟି ବିମାନ ଯୋଗାଣ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରାୟ ୧୬ଟି ବିମାନ ଯୋଗାଇ ଦିଆଯିବ।

Comments are closed.