ଭାରତ-ବ୍ରିଟେନ୍‍ ଶେଷ ଲିଗ୍‍ ମ୍ୟାଚ ଡ୍ର’ : ଆସନ୍ତାକାଲି ଦୁଇ ଦଳ ମଧ୍ୟରେ ଫାଇନାଲ ମୁକାବିଲା

ସୁଲ୍‍ତାନ ଜୋହର କପ୍‍ ହକି

ମାଲେସିଆ :  ସୁଲ୍‍ତାନ ଜୋହର କପ୍‍ ଜୁନିୟର୍‍ ହକି ଟୁର୍ଣ୍ଣାମେଣ୍ଟ୍‍ର ରାଉଣ୍ଡ୍‍ ରବିନ୍‍ ଲିଗ୍‍ ଫାଇନାଲ୍‍ ପର୍ଯ୍ୟାୟରେ ଶୁକ୍ରବାର ଭାରତ -ବ୍ରିଟେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ଉଭୟ ଦଳ ପରସ୍ପରକୁ ୩ଟି ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ ୩-୩ରେ ଶେଷ ହୋଇଛି । ଶନିବାର ଭାରତ-ବ୍ରିଟେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠତ ହେବ।

ଅନ୍ୟ ଲିଗ୍‍ ମ୍ୟାଚ୍‍ଗୁଡ଼ିକରେ ଆଜି ଆୟୋଜକ ମାଲେସିଆ ଜାପାନ୍‍କୁ ଭେଟୁଥିବାବେଳେ ଅଷ୍ଟ୍ରେଲିଆ- ନ୍ୟୁଜିଲ୍ୟାଣ୍ଡ୍‍କୁ ଭେଟୁଛି।
ଆସନ୍ତାକାଲି ଫାଇନାଲ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବ। ଗତ ବୁଧବାର ଦିନ ଅନୁଷ୍ଠିତ ଏକ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲା ।

Comments are closed.