ଟିକାକରଣ କ୍ଷେତ୍ରରେ​‌ ଆଉ ଏକ ସଫଳତା : ୧୧୪ ଦିନରେ ୧୭ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ

ନୂଆଦିଲ୍ଲୀ : କୋଭିଡ ପ୍ରତି​ଷେ‌ଧକ ଟିକାଦାନ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୧୧୪ ଦିନରେ ୧୭ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କୋଭିଡ ଟିକାଦାନ କରି ଭାରତ ଏହି ସଫଳତା ହାସଲ କରିଛି। ସାରା ଦେଶରେ ଏ ପର୍ଯ୍ୟନ୍ତ ୧୭କୋଟି ୧ ଲକ୍ଷ ୭୬ ହଜାର ୬୦୩ ଲୋକଙ୍କୁ ଟିକାଦାନ କରାଯାଇଛି। ଫଳରେ ଭାରତ ବିଶ୍ବରେ ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହୋଇ ପାରିଛି । ଏହି  ୧୭ କୋଟି ଟିକା ପ୍ରଦାନ କରିବା ପାଇଁ ଚୀନକୁ ୧୧୯ ଦିନ ଲାଗିଥିବା ବେଳେ ଆମେରିକାକୁ ୧୧୫ ଦିନ ସମୟ ଲାଗିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି କେବଳ ଗତକାଲି ୬ଲକ୍ଷ ୮୯ ହଜାର ୬୫୨ ଲୋକଙ୍କୁ ଟିକା ଦିଆଯାଇଛି।

ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟରେ ୧୮-୪୪ ବର୍ଷ ବୟସ ବର୍ଗର ୨୦ ଲକ୍ଷ ୩୧ ହଜାର ଲୋକଙ୍କୁ ପ୍ରଥମ ପାନ ଟିକା ଦିଆଯାଇଛି।

Comments are closed.