ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ : ସିରିଜ ୧-୧ରେ ବରାବର

ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ବରାବର କରିବାରେ ସକ୍ଷମ ହୋଇଛି।

ଆଜିର ମ୍ୟାଚରେ ଭାରତୀୟ ବୋଲରମାନେ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ଦଳର ସମସ୍ଥ ବୋଲର ଆଜି ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଦେଖାଯାଇଛି। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି। ସେହିଭଳି ନବଦୀପ ସାଇନି, ରବିନ୍ଦ୍ର ଜାଡେଜା ଓ କୂଳଦୀପ ଯାଦବ ଦୁଇଟି ଲାଖେ ୱିକେଟ ନେଇଥିଲେ। ଜଶପ୍ରୀତ ବୁମ୍ରା ଗୋଟିଏ ୱିକେଟ ନେଇଥିଲେ।

ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୧୦ୱିକେଟରେ ପରାସ୍ତ କରିଥିଲା। ଏହାର ଜବାବରେ ଦ୍ବିତୀୟ ମ୍ୟାଚକୁ ଭାରତ ଏକତରଫା ଭାବେ ହାତେଇ ନେଇଛି।

ସିରଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଜାନୁଆରୀ ୧୯(ରବିବାର) ବେଙ୍ଗାଲୁରୁରେ ଖେଳାଯିବ।

Comments are closed.