ଦ୍ବିତୀୟ ଟ୍ବେଣ୍ଟିି-୨୦; ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇ ସିରିଜ ହାତେଇଲା ଭାରତ

ସିଡ୍‌ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କରିଛି ଭାରତ । ଆଜିର ମ୍ୟାଚ​‌ରେ ଅଷ୍ଟ୍ରେଲିଆକୁ ହରାଇ ତିନିଟିକିଆ ସିରିଜକୁ ୨-୦ରେ ଜିତି ଟିମ୍ ଇଣ୍ଡିଆ ସିରିଜ ହାତେଇ ନେଇଛି ।ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ବଲରେ ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି ।ପାଣ୍ଡିଆଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୨ଟି ବଲ ବାକି ଥାଇ ମ୍ୟାଚକୁ ହାତେଇ ନେଇଛି ।

ଭାରତ ପକ୍ଷରୁ ଶିଖର ଧାୱନ ୫୨(୩୬)ରନ, କେଏଲ ରାହୁଲ ୩୦(୨୨), ବିରାଟ କୋହଲି ୪୦(୨୪), ପାଣ୍ଡ୍ୟା ୪୨(୨୨)ରନ କରିଛନ୍ତି ।

 

 

Comments are closed.