ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବାଂଲାଦେଶ ବିଦେଶ ମନ୍ତ୍ରୀ

0

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସଂପର୍କରେ ଗତ କିଛିବର୍ଷ ଧରି ବେଶ ଅଗ୍ରଗତି ଘଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବାଂଲାଦେଶ ବିଦେଶ ମନ୍ତ୍ରୀ ଡକ୍ଟର ଏ.କେ. ଅବଦୁଲ ମୋମେନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ନୂଆ କାର୍ଯ୍ୟକାଳ ସମୟରେ ବାଂଲାଦେଶ ସହ ମିଶି କାର୍ଯ୍ୟ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ଦ୍ୱିପକ୍ଷୀୟ ସଂପର୍କରେ ଘଟିଥିବା ଉନ୍ନତି ବିଷୟରେ ଡକ୍ଟର ମୋମେନ୍‍ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଡଃ ଅବଦୁଲ ମୋମେନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ପ୍ରଥମ ବୈଦେଶିକ ଗସ୍ତରେ ଭାରତକୁ ଲକ୍ଷ୍ୟସ୍ଥଳ ଭାବେ ବାଛିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ । ଭାରତକୁ ଚାରିଦିନ ଗସ୍ତରେ ଆସି ସେ ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ସମୟରେ ସେ ପଞ୍ଚମ ଭାରତ-ବାଂଲାଦେଶ ମିଳିତ ବିଚାର ବିମର୍ଶ କମିଟି ବୈଠକରେ ଆସନ୍ତାକାଲି ଯୋଗଦେବେ ।

 

 

 

Leave A Reply