ଭାରତ ଓ ବାଂଲାଦେଶ ଦ୍ବିତୀୟ ଦିନିକିଆ ମ୍ୟାଚ୍; ରୋହିତ ଶର୍ମା ଆହତ

ମୀରପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଓ୍ବାନଡେ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ମୀରପୁରରେ ଜାରି ରହିଛି । ସିରିଜର ପଛରେ ଥିବାରୁ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛି ଭାରତ । ଟସ ଜିତି ବାଂଲାଦେଶ ପକ୍ଷରୁ ବ୍ୟାଟିଂ ନିଷ୍ପତ୍ତି ନିଆଯାଇଥିବା ବେଳ, ବୋଲିଂ କରୁଛି ଭାରତ । ଚୂଡ଼ାନ୍ତ ଏକାଦଶରେ ଦୁଇ ପରିବର୍ତ୍ତନ କରାଯାଇଛି । ଅକ୍ଷର ଓ ଉମରାନ ସାମିଲ ହୋଇଛନ୍ତି ।
ସେପଟେ ପ୍ରଥମ ୱାନଡେରେ ଭାରତର ପ୍ରଦର୍ଶନ ଖୁବ୍ ନିରାଶଜନକ ଥିଲା । ଭାରତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିନଥିଲା । ତେଣୁ ଆଜିର ମ୍ୟାଚ୍ ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ହେଲେ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଝଟକା ଲାଗିଛି ।
କ୍ୟାପଟେନ୍ ରୋହିତ ଶର୍ମା ଫିଲ୍ଡିଂ କରିବା ସମୟରେ ଆହତ ହୋଇଛନ୍ତି । ମହମ୍ମଦ ସିରାଜଙ୍କ ବଲକୁ କ୍ୟାଚ ନେବା ବେଳେ ଆହତ ହୋଇଛନ୍ତି ରୋହିତ । ଫଳରେ ରୋହିତଙ୍କୁ ପଡ଼ିଆ ଛଡ଼ି ବାହାରକୁ ଯିବାକୁ ପଡ଼ିଛି । ଅନ୍ୟପଟେ ଏଯାଏଁ ବାଂଲାଦେଶ ୧୪ ଓଭରରେ ୩ଟି ଓ୍ୱିକେଟ୍ ହରାଇ ୫୪ ରନ୍ ସଂଗ୍ରହ କରିଛି ।
Comments are closed.