ଆଜି ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ତୃତୀୟ ସଂସ୍କରଣ

ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ତୃତୀୟ ସଂସ୍କରଣ ଆଜି ଏବଂ ଆସନ୍ତାକାଲି ଉତ୍ତର ବଙ୍ଗୋପ ସାଗରରେ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ଉଭୟ ଦେଶ ମିଳିତ ପହରା ଅଭ୍ୟାସ କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି ଏହି ସମରାଭ୍ୟାସ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ତଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହେବ। ଅନ୍ତର୍ଜାତିୟ ସାମୁଦ୍ରିକ ସୀମାରେ ଉଭୟ ଦେଶର ନୌବାହିନୀ ମିଳିତ ଜଗୁଆଳୀ ପହରା ବ୍ୟବସ୍ଥାର ମଧ୍ୟ ଅଭ୍ୟାସ କରିବେ। ଏଥିରେ ସାମୁଦ୍ରିକ ଜଗୁଆଳି ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କରିବେ।

ଗତକାଲି ଏହି ମିଳିତ ନୌ ସମରାଭ୍ୟାସର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ଦେଶର ନୌ-ଜାହାଜ ଅଂଶଗ୍ରହଣ କରିଥିଲେ। ଭାରତ ତରଫରୁ କିଲ୍‍ଟନ, ଖୁକ୍‍ରୀ ଏବଂ ବାଂଲାଦେଶ ପକ୍ଷରୁ ଆବୁବାକର, ପ୍ରୋଟୟେ ଏବଂ ହ୍ୟାଲୋ ନୌ-ଜାହାଜ ଏହି ସମରାଭ୍ୟାସରେ ଯୋଗ ଦେଇଥିଲେ।

Comments are closed.