ଆସନ୍ତାକାଲି ରାଜକୋଟରେ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଜାଣନ୍ତୁ ଏଠାରେ ଟିମ ଇଣ୍ଡିଆର ରେକର୍ଡ

ରାଜକୋଟ : ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆସନ୍ତାକାଲି(ଶୁକ୍ରବାର) ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ହାରିବା ପରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ।
ଏହି ଷ୍ଟାଡିୟମରେ ଆୟୋଜକ ଭାରତର ଦିନିକିଆ ରେକର୍ଡ ବହୁତ ଖରାପ ରହିଛି। କାରଣ ଏହି ମଇଦାନରେ ଭାରତ ଖେଳିଥିବା ଦୁଇଟି ଜାକ ମ୍ୟାଚରେ ପରାଜୟ ବରଣ କରିଛି।
ଭାରତୀୟ କ୍ରିକେଟ ଦଳ ଏଠାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲା। ଏହା ଜାନୁଆରୀ ୧୧, ୨୦୧୩ରେ ହୋଇଥିଲା ଏବଂ ଭାରତ ଏହି ମ୍ୟାଚରେ ୯ ରନରେ ହାରିଥିଲା। ସେହିଭଳି ଅକ୍ଟୋବର ୧୮, ୨୦୧୫ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଦ୍ବିତୀୟ ମ୍ୟାଚ ଖେଳିଥିଲା। ଏହି ମ୍ୟାଚକୁ ମଧ୍ୟ ୧୮ ରନରେ ହାରିଥିଲା।

Comments are closed.