ଭୁଟାନକୁ ଭାରତର ୪,୫୦୦ କୋଟି ସହାୟତା ଘୋଷଣା

0

ନୂଆଦିଲ୍ଲୀ : ଭୁଟାନକୁ ଭାରତ ସରକାର ୪୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଭୁଟାନ ପ୍ରତିପକ୍ଷ ଲୋଟେ ସେରିଙ୍ଗ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ଏହି ସହାୟତା ଘୋଷଣା କରିଛନ୍ତି। ଭୁଟାନ ସରକାରଙ୍କ ଦ୍ବାଦଶ ପଞ୍ଚବାର୍ଷିକ ଯୋଜନା ପାଇଁ ଏହି ସହାୟତା ଘୋଷଣା କରାଯାଇଛି। ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମୋଦୀ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁଟାନର ବିକାଶ ପାଇଁ ଭାରତ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ। ତେବେ ହାଇଡ୍ରୋପାୱାର କ୍ଷେତ୍ରରେ ଭୁଟାନକୁ ସହଯୋଗ କରିବା ଭାରତର ପ୍ରମୁଖ ଉଦ୍ଦେଶ୍ୟ। ମାଙ୍ଗଡେଚୁ ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିବା ଲାଗି ଭାରତ ଉଦ୍ୟମ କରିବ। ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସେରିଙ୍ଗ ତାଙ୍କ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଛନ୍ତି। ସେରିଙ୍ଗଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ କରାଯାଇଥିଲା। ସକାଳେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।

Leave A Reply