୨ୟ ଦିନିକିଆ: ଟସ୍‌ ହାରି ବ୍ୟାଟିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଦିନିକିଆ ବୁଧବାର ବିଶାଖାପାଟଣାରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ୯.୨ ଓଭର ଖେଳ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୪୮ ରନ୍‌ ସଂଗ୍ରହ କରିଛି। ରୋହିତ ଶର୍ମା ୨୧ ଏବଂ କେ.ଏଲ. ରାହୁଲ ୨୬ ରନ୍‌ କରି ଅପରାଜିତ ରହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜଠାରୁ ପରାଜିତ ହୋଇଥିଲା। ଫଳରେ ୱେଷ୍ଟଇଣ୍ଡିଜ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ୧-୦ରେ ଆଗୁଆ ରହିଛି। ତେଣୁ ଏହି ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ଭଳି ହୋଇଛି। ଏହି ମ୍ୟାଚରେ ଭାରତ ହାରିଗଲେ ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ ହେବ। ଯଦି ଭାରତ ମ୍ୟାଚରେ ବିଜୟ ଲାଭ କରେ ତେବେ ଶେଷ ମ୍ୟାଚଟି ସିରିଜ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Comments are closed.