ଭାରତ-ସାଉଦି ଆରବ ଏସିଆର ଦୁଇ ମହାଶକ୍ତି: ମୋଦୀ

ରିୟାଧ: ଭାରତ ଏବଂ ସାଉଦି ଆରବ ଏସିଆର ଦୁଇ ମହାଶକ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୋଦୀ ୨ ଦିନିଆ ସାଉଦି ଆରବ ଗସ୍ତରେ ଯାଇ ସୋମବାର ରାତିରେ ସାଉଦି ରାଜଧାନୀ ରିୟାଧରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୋଦୀ ସେଠାକାର ଗଣମାଧ୍ୟମ ଅରବ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସାଉଦି ଆରବ ସହିତ ଭାରତର ସମ୍ପର୍କ ଭଲ। ଦୁଇ ଦେଶ ବିଶ୍ଵ ସୁରକ୍ଷା ଏବଂ ଆତଙ୍କବାଦ ପ୍ରସଙ୍ଗରେ ସାଥୀ ହୋଇ ଲଢ଼େଇ କରିବାରେ ବିଶ୍ଵାସ ରଖନ୍ତି।

ମୋଦୀ କହିଥିଲେ, ଭାରତ ସାଉଦି ଆରବଠାରୁ ୧୮ ପ୍ରତିଶତ ଅଶୋଧିତ ତୈଳ ଆମଦାନି କରୁଛି। ଅଶୋଧିତ ତୈଳ ଆମଦାନି କରିବାରେ ଭାରତ ସାଉଦି ଆରବର ୨ୟ ପ୍ରମୁଖ ଆମଦାନିକାରୀ ଦେଶ। ଏବେ ଆମେ ପରସ୍ପରର ଘନିଷ୍ଠ ସହଯୋଗୀ ଭାବେ ଆଗକୁ ଅଗ୍ରସର ହେଉଛୁ, ଯେଉଁଥିରେ ତୈଳ ଏବଂ ଗ୍ୟାସ ଯୋଜନାରେ ସାଉଦିର ନିବେଶ ସାମିଲ ହେବ।

Comments are closed.